ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଷ୍ଟାର୍‌ ପ୍ରଚାରକ ତାଲିକାରେ ରହିଲାନି ଷ୍ଟାର୍‌ଙ୍କ ଦବ୍‌ଦବା: କମିଲାଣି ଗ୍ଲାମର୍‌, ମିଳିଲାନି ସୁଯୋଗ

ଭୁବନେଶ୍ୱର ୨୭/୦୪(ମନୋରଞ୍ଜନ ମହାନ୍ତି): ସେ ରଙ୍ଗ ନାହିଁ । ସିନେମା ଚାଲୁନି । ଲୋକ ଚିହ୍ନୁନାହାନ୍ତି । ଆଗପରି ଆଉ ଚମକ ବି ନାହିଁ । ଗ୍ଲାମର୍‌ ଖସିଗଲାଣି । ବୋଧହୁଏ ସେଥିପାଇଁ ଏଥର ଷ୍ଟାର୍‌ ପ୍ରଚାରକ ତାଲିକାରେ ଷ୍ଟାର୍‌ଙ୍କ ଦବ୍‌ଦବା ରହିଲାନି । ମାଳ ମାଳ ଷ୍ଟାର୍‌ଙ୍କ ନାଁ ଦେଖିବାକୁ ମିଳିଲାନି । ବିଭିନ୍ନ ରାଜନୈତିକ ଦଳରେ ସଂଖ୍ୟାଧିକ ଷ୍ଟାର୍‌ ଥାଇ ବି ତାଲିକାରେ ମାତ୍ର ୨/୪ଟି ନାଁ । ସେ ପୁଣି ଯେଉଁମାନେ ପରଦାରେ ବେଶି ଦିଶୁନାହାନ୍ତି ଓ ଦୀର୍ଘଦିନ ହେବ ଦୂରେଇ ରହିଛନ୍ତି ସେମାନଙ୍କୁ ସ୍ଥାନ ଦେଇଛି ଦଳ । 

ଏମିତି କାହିଁକି ବୁଝିବାକୁ ଜଣେ ଷ୍ଟାର୍‌ଙ୍କୁ ପଚାରିବାରୁ ସେ କହିଲେ, ‘ଦଳୀୟ ନିଷ୍ପତ୍ତି । ସମସ୍ତେ କ’ଣ ତାଲିକାରେ ରହିପାରିବେ? ଅଲଗା ଅଲଗା ଦାୟିତ୍ୱ ଦିଆଯାଇଛି । କିନ୍ତୁ ଆମେ ଚାରିଆଡ଼େ ବୁଲିବୁ ନା’, ନହେଲେ ହେବନି । ଦଳରେ ଯେତେ ଷ୍ଟାର୍‌ ଅଛନ୍ତି, ସମସ୍ତେ ସାରା ଓଡ଼ିଶା ବୁଲି ପ୍ରଚାର କରିବେ ।’

ବିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଘୋଷଣା କରିଥାନ୍ତି । ଚଳିତ ଥର ବି ହୋଇଛି । ରାଜନେତାଙ୍କ ସହ ଷ୍ଟାର୍‌ ବା କଳାକାରଙ୍କୁ ସ୍ଥାନ ମିଳିଛି । କିନ୍ତୁ ତାଲିକାରେ ଷ୍ଟାର୍‌ମାନେ ପୂରା କୋଣଠେସା ହେଲା ଭଳି ଲାଗୁଛନ୍ତି । ଦଳରେ ଥାଇ ବି ଦଳ ତାଙ୍କୁ ଯୋଗ୍ୟ ଭାବିନି । ଯଦିଓ ପୂର୍ବରୁ ସେମାନେ ପ୍ରଚାର ପାଇଁ ଦଳକୁ ଷ୍ଟାର୍‌ ହୋଇ ଆସିଥିଲେ । ଏବେ କିନ୍ତୁ  ନିରାଶ ହୋଇଛନ୍ତି ।  

ଏମିତି ଚର୍ଚ୍ଚା, ଆଲୋଚନା ଭିତରେ ସିନେ ସମୀକ୍ଷକ କହିଛନ୍ତି, ‘ଲୋକ ତ ସିନେମା ଯାଉନାହାନ୍ତି । ଜଣେ ଦି’ ଜଣ ଓଡ଼ିଆ କଳାକାରଙ୍କୁ ଛାଡ଼ିଲେ ବାକିଙ୍କୁ ପସନ୍ଦ କରୁନାହାନ୍ତି । ସେମାନଙ୍କୁ ନେଇ ସଭା କଲେ କିଏ ଆସିବ? ଲୋକ କହୁଛନ୍ତି, ‘ଆୱାର ସିଏମ୍‌ ଆୱାର୍‌ ହିରୋ’, ‘ମୋଦି ସୁପର୍‌ଷ୍ଟାର୍‌’, ‘ରାହୁଲ ବାବା ଜିନ୍ଦାବାଦ’ । ତାଙ୍କ ଆଗରେ ଗ୍ଲାମର୍‌, ମେଗାଷ୍ଟାର୍‌, ସୁପର୍‌ଷ୍ଟାର୍‌, ଆକ୍ସନ୍‌ଷ୍ଟାର୍‌, ଚକୋଲେଟ୍‌ ବୟ, ଏଭରଗ୍ରୀନ୍‌, ଓଲିଉଡ୍‌ କୁଇନ୍‌, କମେଡି କିଙ୍ଗ୍‌, ଜଲିଉଡ୍‌ ଟାଇଗର କିଛି କାମ କରୁନାହାନ୍ତି । ଲୋକ ନବୀନ, ମୋଦି ଓ ରାହୁଲଙ୍କୁ ଦେଖୁଛନ୍ତି । ତାଙ୍କ ପଛରେ ପାଗଳ, ୟାଙ୍କୁ କିଏ ପଚାରେ । ବରଂ ଲୋକ କଳାକାରଙ୍କୁ ନେଲେ ତାଙ୍କୁ ଦେଖିବାକୁ ଭିଡ଼ ଜମୁଛି । ଯେହେତୁ ଷ୍ଟାର୍‌ମାନେ ଦଳରେ ଅଛନ୍ତି, ତେଣୁ କିଛି ଦାୟିତ୍ୱ ଦେଇ ଲୋକଙ୍କ ମନ ଜିଣିବା କଥା । ସେଥିପାଇଁ ତାଲିକାରେ ଜଣେ ଦି’ଜଣଙ୍କ ନାଁ ରହେ ।’

ଗତ ୨୦ ତାରିଖରେ ବିଜୁ ଜନତା ଦଳ (ବିଜେଡି) ଏବଂ ୨୩ରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୪୦ ଜଣିଆ ଲେଖାଏଁ ଷ୍ଟାର୍‌ ପ୍ରଚାର ତାଲିକା ଘୋଷଣା ହୋଇଛି । ବିଜେଡି ତାଲିକାରେ ଗ୍ଲାମର ଦୁନିଆରୁ କେବଳ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ୍‌ ଓରଫ୍‌ ମୁନ୍ନା ଖାନ୍‌, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଓ ଏଲିନା ଦାଶ ରହିଛନ୍ତି । ଯଦିଓ ଦଳରେ ବର୍ତ୍ତମାନ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ, ପୂର୍ବତନ ସାଂସଦ ଭେଟେରାନ୍‌ ସିନେ ଷ୍ଟାର୍‌ ପ୍ରଶାନ୍ତ ନନ୍ଦ, ଟେଲିଭିଜନ ଧାରାବାହିକ ଓ ଅଭିନେତ୍ରୀ ସୋଫିଆ ଆଲମ୍‌ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ରହିଛନ୍ତି । ମାତ୍ର ଏହି ତିନିଜଣଙ୍କୁ ରଖାଯାଇଛି, ସେମାନେ ପୁଣି ବହୁଦିନ ହେବ ପରଦା ଠାରୁ ଦୂରରେ । ବାକି ଅଭିନେତ୍ରୀ ବର୍ଷା ତ ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ସେ ବୁଲିପାରନ୍ତି, ମାତ୍ର ଦଳ ତାଙ୍କୁ ତାଲିକାରେ ରଖିନି ।   

ବାକି ଦଳରେ ନଥିବା କିଛି କଳାକାରଙ୍କୁ ନେଇଛି ବିଜେଡି । ଗତ ୧୨ ତାରିଖରେ ନବୀନ ନିବାସରେ କଳାକାରଙ୍କ ମେଳି ପରେ କିଛି ଜଣଙ୍କୁ ସୋସିଆଲ୍‌ ମିଡିଆ ସହ ପ୍ରଚାରରେ ସାମିଲ କରାଯାଇଛି । ସେଥିରୁ ହିଞ୍ଜିଳି ସଭାରେ ଲୋକପ୍ରିୟ ଅଭିନେତା ସୁପର୍‌ଷ୍ଟାର୍‌ ବାବୁସାନ୍‌, ଚୁଲବୁଲି ଏଲିନା ଏବଂ ଶେରଗଡ଼ ସଭାରେ ଚକୋଲେଟ୍‌ ବୟ ସବ୍ୟସାଚୀ, ଚମ୍ପିଆନ୍‌ ନାୟିକା ଅର୍ଚ୍ଚିତାଙ୍କ ସହ ଅନ୍ୟମାନଙ୍କୁ ଦେଖିବାକୁ ମିଳିଥିଲା । ସେମାନେ ମଞ୍ଚରେ ମୁଖ୍ୟ ଆକର୍ଷଣ ଥିଲେ ।  

ଗତ ଜାନୁଆରୀ ମାସରେ ୩୦୦ ଯାତ୍ରା କଳାକାର ବିଜେଡିରେ ମିଶିଥିଲେ । ସେମାନଙ୍କୁ ଖୁସି କରାଇବାକୁ ଯାଇ ଦଳ ଗତ ୨୩ ତାରିଖରେ ରାଜ୍ୟ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଭ୍ୟ ଭାବେ ୫ଜଣ କଳାକାରଙ୍କୁ ମନୋନୀତ କରିଛି । ସେମାନଙ୍କ ମଧ୍ୟରେ ଯାତ୍ରା ଷ୍ଟାର୍‌ ବାପି ପଣ୍ଡା, ସୁବାସ ବେହେରା ରହିଛନ୍ତି । ସେହିଭଳି ଜିଲ୍ଲା କମିଟିରେ ବି ଅନେକ ଯାତ୍ରା ଓ ଲୋକ କଳାକାର ରହିଛନ୍ତି । 

ବିଜେପିର ଷ୍ଟାର୍‌ ପ୍ରଚାର ତାଲିକାରେ କେବଳ ମେଗାଷ୍ଟାର୍‌ ଅନୁଭବ ମହାନ୍ତି, କମେଡି ଷ୍ଟାର୍‌ ହରିହର ମହାପାତ୍ର, ଲୋକପ୍ରିୟ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ  ଚର୍ଚ୍ଚିତ ଅଭିନେତା ଶ୍ରୀତମ ଦାସ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦଳରେ ଏଭରଗ୍ରୀନ୍‌ ସିଦ୍ଧାନ୍ତ ମହାପାତ୍ର, ଆକ୍ସନ୍‌ ଷ୍ଟାର୍‌ ଅରିନ୍ଦମ ରୟ ଓ ଆକାଶ ଦାସ ନାୟକ, ଅଭିନେତା ଅଖିଳ ପଟ୍ଟନାୟକ, ଅଶ୍ରୁମୋଚନ ମହାନ୍ତି, ରୁଦ୍ର, ଗୀତିକାର ପଞ୍ଚାନନ ନାୟକ, ଅଭିନେତ୍ରୀ ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ଜିନା ସାମଲ ଓ ବିଦୁସ୍ମିତା ମନ୍ତ୍ରୀ ପ୍ରମୁଖ ରହିଛନ୍ତି । ମାତ୍ର ଦଳ ୪ ଜଣଙ୍କୁ ତାଲିକାରେ ସ୍ଥାନ ଦେଇଛି । ବାକି ଅନ୍ୟମାନଙ୍କୁ ପ୍ରଚାରରେ ସାମିଲ କରିପାରେ । ସେଥିରୁ ବି ଅନେକ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ନାହାନ୍ତି । ଅନ୍ୟପକ୍ଷରେ ଦଳ ଦିଗପହଣ୍ଡିରୁ ସିଦ୍ଧାନ୍ତ ଏବଂ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଆକାଶଙ୍କୁ ଟିକଟ ଦେଇଛି । ଆଗକୁ ଅନ୍ୟ ଷ୍ଟାରଙ୍କୁ ବି ମିଳିପାରେ । ସେଥିପାଇଁ ହୁଏତ ଏ ତାଲିକାରେ ସୁଯୋଗ ମିଳିନି ।

କଂଗ୍ରେସର ତାଲିକା ପ୍ରକାଶ ପାଇନି । ପାଇଲେ ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଥିବା ଏକାମାତ୍ର ତାରକା ଏନ୍‌ଏସ୍‌ଡିଆନ୍‌ ମନୋଜ ମିଶ୍ର ତାଲିକାରେ ସ୍ଥାନ ପାଉଛନ୍ତି କି ନାହିଁ ଦେଖିବାକୁ ପଡ଼ିବ ।

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.